ଚାଷୀଙ୍କୁ ଡକେଇ ବୈଠକକୁ ଆସିଲେନି କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ଚାଷୀମାନେ ଜୋରଦାର ବିରୋଧ କରୁଛନ୍ତି। ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବାରୁ କେନ୍ଦ୍ର ସରକାର ଏକ ବୈଠକ ଡାକିଥିଲେ। ବିଶେଷ କରି ପଞ୍ଜାବରେ ୩୦ଟି ଚାଷୀ ସଂଗଠନ ଏହି ନୂଆ କୃଷି ଆଇନ ବିରୋଧ କରୁଛନ୍ତି। ଏନେଇ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୈଠକ କରିବାର ଥିଲା। ଚାଷୀନେତାମାନେ ବୈଠକକୁ ଆସିଥିଲେ ହେଁ କେନ୍ଦ୍ରମନ୍ତ୍ରୀ ଆସି ନଥିଲେ। ଏହି କାରଣରୁ ଚାଷୀମାନେ ବିରକ୍ତ ପ୍ରକାଶ କରି ବୈଠକରୁ ଅଧାରୁ ଚାଲି ଯିବା ସହ କୃଷି ଆଇନର ନଥିପତ୍ରକୁ ଚିରି ଫୋପାଡ଼ି ଦେଇଛନ୍ତି।

ପ୍ରଥମେ ଚାଷୀ ସଂଗଠନ ଗୁଡ଼ିକ ବୈଠକରେ ଯୋଗଦେବାକୁ ଅରାଜି ହୋଇଥିଲେ ମଧ୍ୟ ପରେ ସେମାନେ ଆଜିର ବୈଠକରେ ଯୋଗଦେବାକୁ ରାଜି ହୋଇଥିଲେ। ଏହି ବୈଠକରେ କେନ୍ଦ୍ର କୃଷି ସଚିବ ଉପସ୍ଥିତ ରହିଥିଲେ। ହେଲେ ଚାଷୀମାନେ କେନ୍ଦ୍ରମନ୍ତ୍ରୀ ନିଜ ଆସନ୍ତୁ ବୋଲି ଦାବି କରିଥିଲେ।

ଅନ୍ୟପଟେ କୃଷିମନ୍ତ୍ରୀ ନ ଆସିବାରୁ ସେମାନେ କୃଷି ସଚିବଙ୍କ ସହ ମଧ୍ୟ ଆଲୋଚନା କରି ନଥିଲେ। ବାରମ୍ବାର ଦାବି ସତ୍ତ୍ୱେ କୃଷିମନ୍ତ୍ରୀ ତୋମାର ନ ଆସିବାରୁ ମନ୍ତ୍ରଣାଳୟ ମଧ୍ୟରେ ଚାଷୀମାନେ ନାରାବାଜି କରିଥିଲେ। ଆନ୍ଦୋଳନ ଆଗକୁ ମଧ୍ୟ ଚାଲିବ ବୋଲି ଧମକ ମଧ୍ୟ ଦେଇଥିଲେ । ଜଣେ ଆନ୍ଦୋଳନକାରୀ ଚାଷୀ କହିଛନ୍ତି, “ଆମେ ଆଜିର ଆଲୋଚନାରେ ଆଦୌ ସନ୍ତୁଷ୍ଟ ହୋଇନାହିଁ। ଆମେ ଏହି କଳା ଆଇନକୁ ଉଚ୍ଛେଦ କରିବାକୁ ଚାହୁଁଛୁ।