ମଙ୍କିପକ୍ସ ଚିହ୍ନଟ କରିବାକୁ ୧୫ଟି ଜୀବାଣୁ ଅନୁସନ୍ଧାନ କେନ୍ଦ୍ର ପ୍ରସ୍ତୁତ

ଆଇସିଏମଆର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ୧୫ଟି ଜୀବାଣୁ ଅନୁସନ୍ଧାନ ନିଦାନ ଲାବୋରେଟୋରୀ ସତର୍କ…

ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସର ଗୋଟିଏ ମାମଲା ଚିହ୍ନଟ ହେବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ସମସ୍ତ ଜୀବାଣୁ ଅନୁସନ୍ଧାନ କେନ୍ଦ୍ରକୁ ସତର୍କ କରାଯାଇଛି । ଆଇସିଏମଆର ଦେଶରେ ସ୍ଥାପିତ ୧୫ଟି ଭାଇରସ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବୋରେଟୋରୀକୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି ।

ଆଇସିଏମଆର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ୧୫ଟି ଜୀବାଣୁ ଅନୁସନ୍ଧାନ ନିଦାନ ଲାବୋରେଟୋରୀ ସତର୍କ ରହିଛି । ଏହି ସଂକ୍ରାମକ ରୋଗକୁ ଦୃଷ୍ଟିରେ ରଖବ ସମସ୍ତ ୧୫ କେନ୍ଦ୍ରର ବିଶେଷଜ୍ଞଙ୍କୁ ଆଇସିଏମଆର-ଏନଆଇଭି ପୁଣେ ତାଲିମ ଦିଆଯାଇଛି ।