ଦେଶରେ ପୁଣି ବଢିଲା ମାଗଣା ରାସନର ସମୟସୀମା

ନୂଆଦିଲ୍ଲୀ: ଭାରତ ସରକାର ରାସନ ଯୋଜନାର ସମୟସୀମା ବୃଦ୍ଧି କରିଛନ୍ତି । ଆସନ୍ତାବର୍ଷ ମାର୍ଚ୍ଚ ଯାଏଁ ଏହି ମାଗଣା ରାସନ ଅବଧି ବଢାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ, ସମୟସୀମା ବୃଦ୍ଧି ସହ ଏହି ଯୋଜନାରେ ପ୍ରାୟ ୮୦କୋଟି ହିତାଧିକାରୀ ଉପକୃତ ହେବେ ।