ମୋଦି-ଦିଦି ଭେଟଘାଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ସମୟରେ ଅନେକ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି । ବିଜେପି ଓ ବିରୋଧୀ ଟିଏମସି ମଧ୍ୟରେ ପ୍ରବଳ ହିଂସକାଣ୍ଡ ଘଟିଥିଲା । ଗିରଫଦାରୀ ଠାରୁ ଆରମ୍ଭ କରି ପୋଡାଜଳା ଭଳି ସ୍ଥିତି ସୃଷ୍ଟି ହେବାରୁ ଟିଏମସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲା । ସେହିପରି ଟିଏମସିର ଗୋଟିଏ ପ୍ରତିନିଧିମଣ୍ଡଳ ହିଂସାକାଣ୍ଡ ବିରୋଧରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏସବୁ ଭିତରେ ଦିଦି ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହି ଭେଟଘାଟ ପରେ ଦିଦି କହିଛନ୍ତି, ମୁଁ ଆଲୋଚନା ବେଳେ ତ୍ରିପୁରାରେ ଘଟୁଥିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏଥିସହ ସେଠାକାର ପୁଲିସ୍‌ କେମିତି ଟିଏମସିର ସାୟୋନି ଘୋଷଙ୍କୁ ଟାର୍ଗେଟ କରିଥିଲା, ସେ ବାବଦରେ ମଧ୍ୟ ଅବଗତ କରାଇଛି । ସେହିପରି ପ୍ରାକୃତି ବିପର୍ଯ୍ୟୟ ଲାଗି କେନ୍ଦ୍ରଠାରୁ ୯୬,୬୦୫ କଟି ଟଙ୍କା ପାଇବାର ରହିଛି । ଏହି ବକେୟା ଅର୍ଥ ପ୍ରଦାନ କରିବାକୁ ମୁଁ ତାଙ୍କୁ କହିଛି ।