୨୦୨୯ ଯାଏ ବଢ଼ିଲା ମାଗଣା ଚାଉଳ ବିତରଣ ଅବଧି

ମାଗଣା ଚାଉଳ ବିତରଣ ଅବଧିକୁ ୨୦୨୯ ମସିହା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ମୁତାବକ ଦେଶର ୮୧ କୋଟି ଲୋକ ଗରିବ କଲ୍ୟାଣ ଯୋଜନାର ଫାଇଦା ପାଇବେ ।

ବିଜେପି ଗୋଠ କ୍ଷମତାକୁ ଯିବା ପୂର୍ବରୁ ଦେଶର ଗରିବଙ୍କ ସଂଖ୍ୟା ୮୧ କୋଟି ଥିଲା । ବିଜେପି ଗୋଠର ଦ୍ୱିତୀୟ ପାଳି ଶାସନ ଶେଷ ସୁଦ୍ଧା ଦେଶରେ ଗରିବଙ୍କ ସଂଖ୍ୟା ୮୧ କୋଟି ରହିଛି । ଏଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ଶାସନ ପ୍ରମାଣିତ ହୋଇଯାଇଛି ।

ଗରିବଙ୍କ ହାତକୁ କାମ ଯୋଗାଇବା ବଦଳରେ ମାଗଣା ଚାଉଳ ଯୋଗାଣ ଅବଧିକୁ ବଢ଼ାଇବା ମୋଦୀ ସରକାରଙ୍କ ଭୋଟ ରାଜନୀତିକୁ ପ୍ରମାଣିତ କରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଲୋ ପିଛା ଟଙ୍କାକରେ ଚାଉଳ ବିକା ପ୍ରସଙ୍ଗକୁ ରାଜ୍ୟ ବିଜେପି ସମାଲୋଚନା କରୁଥିଲା ବେଳେ କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବିତରଣକୁ ଉଚ୍ଚ ପ୍ରଶଂସା କରିବା ନିହାତି ଲାଜର କଥା ନୁହେଁ କି?