ମୋ ଇଲାକା ଉପରେ ନଜର ପକାଇବ ଆଖି ତାଡ଼ିଦେବି: ମମତା

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ କାର ଉପରକୁ ଢେଲାମାଡ଼

କୋଲକାତା: ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ କାର ଫଉଜ ଉପରକୁ ଢେଲାପଥର ମାଡ଼ କରାଯାଇଛି ବୋଲି ସୂଚନା ହସ୍ତଗତ ହୋଇଛି । ପଶ୍ଚିମବଙ୍ଗ ମାଟିରେ ଆଉ କୌଣସି ରାଜନୈତିକ ଦଳର ଅଭ୍ୟୁଦୟକୁ ତୃଣମୂଳ କଂଗ୍ରେସ ଚାହୁଁନାହିଁ । ବାମପନ୍ଥୀ ଦଳ ପରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗଙ୍କୁ ଶାସନ କରୁଛି । ବଂଚିଥିବା ପର୍ଯ୍ୟନ୍ତ କ୍ଷମତାକୁ ଜାବୁଡ଼ି ଧରିବାର ଆକାଂକ୍ଷା ଏବେ ମମତା ବାନାର୍ଜୀଙ୍କୁ ଏକପ୍ରକାର ରକ୍ତପିପାସୁ କରିଦେଇଛି ।

ସୂଚନା ମୁତାବକ ଶନିବାର ପଶ୍ଚିମବଙ୍ଗର କୁଚବେହାର ଜିଲ୍ଲାର ଦିହ୍ନାତା ନିକଟରେ ତୃଣମୂଳ କଂଗ୍ରେସ ସମର୍ଥକମାନେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକଙ୍କ କାର ଉପରକୁ ଢେଲା ମାଡ଼ କରିଛନ୍ତି । ଶାସକଦଳର କର୍ମୀମାନେ କଳାପତାକା ଦେଖାଇବା ଓ ଢେଲାମାଡ଼ କରୁଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ ନିରବଦ୍ରଷ୍ଟା ସାଜିଥିଲେ ବୋଲି ମନ୍ତ୍ରୀ ପରମାଣିକ ଅଭିଯୋଗ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଢେଲାମାଡ଼ କରାଯିବ ବୋଲି ପୁଲିସ ବହୁପୂର୍ବରୁ ଜାଣିଥିଲା । ପରମାଣିକ କହିଛନ୍ତି; ଶନିବାର ଦିନ ପୁଲିସ ଓ ଟିଏମ୍‌ସିଙ୍କ ବିବାଦୀୟ ଭୂମିକାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ପଶ୍ଚିମବଙ୍ଗ ଜନତା । ସାଧାରଣ ଜନତା ଯାହା ବିଚାର କରିବେ; ସେ ତାହାକୁ ସମ୍ମାନର ସହିତ ଗ୍ରହଣ କରିବେ ।