ଦୀପାବଳୀ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଦୀପାବଳୀ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, କେନ୍ଦ୍ର ମନ୍ତ୍ରୀ ତଥା ଅନ୍ୟ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ହିନ୍ଦୀରେ ଏକ ଟୁଇଟ୍ କରି କହିଛନ୍ତି, “ଦୀପାବଳୀ ହେଉଛି ମନ୍ଦ ଉପରେ ଭଲର ବିଜୟର ପର୍ବ। ଏହା ଅନ୍ଧକାର ଉପରେ ଆଲୋକର ପର୍ବ। ଆସନ୍ତୁ ଏହି ପର୍ବକୁ ସ୍ୱଚ୍ଛ ଏବଂ ନିରାପଦରେ ପାଳନ କରିବା ଓ ପରିବେଶ ସୁରକ୍ଷା ପାଇଁ ସହଯୋଗ କରିବାର ପ୍ରତିଶୃତି ରକ୍ଷା କରିବା। ” ପ୍ରଧାନମନ୍ତ୍ରୀ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି, “ଦୀପାବଳିର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା।

ଟୁଇଟରରେ ଏକ ବାର୍ତ୍ତାରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କହିଛନ୍ତି, “ଦୀପାବଳୀର ଶୁଭ ଅବସରରେ ମୋର ଶୁଭେଚ୍ଛା। ମନ୍ଦ ଉପରେ ଭଲର ବିଜୟର ସଙ୍କେତ ଦେଇ ଏହି ଉତ୍ସବ ଶ୍ରୀ ରାମଙ୍କ ଜୀବନର ଉତ୍ତମ ଆଦର୍ଶ ଉପରେ ଆମର ବିଶ୍ୱାସକୁ ପ୍ରମାଣିତ କରେ। ଆମ ଜୀବନରେ ଆଲୋକ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧି ଆଣି ଏହି ପର୍ବ ଆମ ଜୀବନକୁ ଅଧିକ ପରିପୂର୍ଣ୍ଣ କରିବା ଏବଂ ସମସ୍ତଙ୍କ ପାଇଁ ସୁଖ ଆଣିବା ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରୁ ବୋଲି ସେ କହିଛନ୍ତି। ତାଙ୍କର ଶୁଭେଚ୍ଛା ଜଣାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଦୀପାବଳୀର ଶୁଭ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ନମସ୍କାର।