ରାଜଧାନୀରେ ଯୁବକଙ୍କ ଆତଙ୍କରାଜ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ଆତଙ୍କରାଜ । ସହିଦନଗର ଥାନା ଅଂଚଳର ବାଙ୍କୁଆଳର ଏକ ଆପାର୍ଟମେଂଟରେ ଯୁବକ ଆତଙ୍କ ଖେଳାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି । ଏ ନେଇ ଆପାର୍ଟମେଂଟର ଲୋକ ସହିଗନଗର ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ଛାନଭିନ କରୁଛି ପୁଲିସ ।ରାଜଧାନୀରେ ଦିନକୁ ଦିନ ଅପରାଧ ବଢି ବଢି ଚାଲିଛି । ଯାହା ଫଳରେ ଲୋକେ ଏବେ ଘରୁ ବାହାରିବାକୁ ଡରିଲେଣି । ସେପଟେ, ଭୁବନେଶ୍ୱରରେ ଯୁବତୀ ବେଶରେ ଘରେ ପଶି ମାଆ, ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ପଡୋଶୀ ରୁପେଶ ପଣ୍ଡାକୁ ଗିରଫ କଲା ପୋଲିସ । ଲୁଟ୍ ପାଇଁ ଯୁବତୀ ବେଶରେ ଯାଇ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହେଉଛି ।