ରାହୁଲଙ୍କୁ ବେଡ଼ି: ତଳକୋର୍ଟଙ୍କ ରାୟ କାଏମ୍‌

ଗୁଜରାଟ ହାଇକୋର୍ଟରୁ ଏଇଆ ଆଶା କରାଯାଉଥିଲା….

ଗୁଜରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତ୍ରାହି ମିଳିଲାନି । ତଳକୋର୍ଟଙ୍କ ରାୟକୁ ଯଥାର୍ଥ କହି ହାଇକୋର୍ଟ ରାହୁଲଙ୍କ ପାଇଁ ସୁପ୍ରିମକୋର୍ଟ ଯିବାକୁ ବାଟ ଛାଡ଼ି ଦେଇଛନ୍ତି । ମୋଦି ସାଙ୍ଗିଆକୁ ଅପମାନିତ କରିଥିବାରୁ ତଳକୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ । ତଳକୋର୍ଟଙ୍କ ରାୟକୁ ଗ୍ରହଣ କରି ନିର୍ବାଚନ କମିଶନ ରାହୁଲଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ । ଗୁଜରାଟ ହାଇକୋର୍ଟରୁ ଏଇଆ ଆଶା କରାଯାଉଥିଲା ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ମନ୍ତବ୍ୟ ଦେଇଛନ୍ତି ।

ରାହୁଲ ସୁପ୍ରିମକୋର୍ଟକୁ ଯିବା ପାଇଁ କୌଣସି ମନ୍ତବ୍ୟ ଦେଇନାହାନ୍ତି । ରାହୁଲ ଜେଲ ଚାଲିଯିବା ଉଚିତ ବୋଲି କିଛି ରାଜନୀତି ବିଶାରଦ କହିଛନ୍ତି । ସେମାନଙ୍କ ମତରେ ଜେଲ ଜୀବନ କଟାଇବା ଫଳରେ ରାହୁଲଙ୍କ ଲୋକପ୍ରିୟତା ବଢ଼ିଯିବ ।

ରାହୁଲ ସେପରି ଗୁରୁତର ଅପରାଧ କରିନାହାନ୍ତି । କେବଳ ମୋଦି ସାଙ୍ଗିଆଟିକୁ ଅପମାନିତ କରି କହିଥିଲେ ଯେ ମୋଦି ସାଙ୍ଗିଆଧାରୀ ତିନିଜଣ ନେତା ଦେଶଟାକୁ ଛାରଖାର କରୁଛନ୍ତି । ପ୍ରଥମ ଜଣକ ନରେନ୍ଦ୍ର ମୋଦି, ଦ୍ୱିତୀୟ ଜଣକ ନିରବ ମୋଦି, ତୃତୀୟ ଜଣକ ଲଳିତ ମୋଦି । ରାହୁଲଙ୍କ ଏହି ମନ୍ତବ୍ୟକୁ କେନ୍ଦ୍ର କରି ଜଣେ ବିଜେପି ନେତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।