ବୈଦ୍ୟୁତିକ କାର୍ ଉତ୍ପାଦନକୁ ଗୁରୁତ୍ୱ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବର୍ତ୍ତମାନ ବୈଦ୍ୟୁତିକ ଯାନର ଚାହିଦା ବଢ଼ୁଥିବା ବେଳେ, ବୈଦ୍ୟୁତିକ ଯାନ ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ନେଇ ଅଷ୍ଟ୍ରେଲିଆର ଅଟୋମୋବାଇଲ ଶିଳ୍ପରେ ଏକ ନୂତନ ପରିବର୍ତ୍ତମନ ଆସିପାରେ । କୁହାଯାଉଛି କିଛି ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନ ଉତ୍ପାଦନକୁ ନେଇ ଅଷ୍ଟ୍ରେଲିଆରେ ଭଲ ସ୍ଥିତି ଉପୁଜିପାରେ ।

ଏକ ରିପୋର୍ଟ ଅନୁସାରେ ଏହାକୁ ନେଇ ଏକ ଦାବି କରାଯାଇଛି । କୁହାଯାଇଛି ଅଷ୍ଟ୍ରେଲିଆରେ ଲିଥିୟମର ସର୍ବ ବୃହତ ଭଣ୍ଡାର ଅଛି, ଯାହାକି ଇଭି ବ୍ୟାଟେରୀ ତିଆରିରେ ବ୍ୟବହୃତ ଏକ ପ୍ରମୁଖ ଖଣିଜ ପଦାର୍ଥ । ଦେଶରେ ବର୍ତ୍ତମାନ ୭୯୦ ନିୟୁତ ଡଲାରର ଲିଥିୟମ୍ ଭଣ୍ଡାର ଅଛି । ଯାହାକୁ କାର୍ଯ୍ୟକାରୀ କରିବାକୁ ଅଷ୍ଟ୍ରେଲିଆ ଚାହୁଁଛି । ବୈଦ୍ୟୁତିକ ଯାନ ଗୁଡ଼ିକ ଲିଥିୟମର ସଂରକ୍ଷଣକୁ ବ୍ୟାଟେରୀରେ ପ୍ରକ୍ରିୟାକରଣ ଶିଳ୍ପକୁ ୧୫.୮ ବିଲିୟନ ଡଲାରରେ ପହଞ୍ଚାଇପାରେ ।  ଯାହାଦ୍ୱାରା ବୈଦ୍ୟୁତିକ ଯାନ ଦେଶର ଅଟୋ ଶିଳ୍ପକୁ ଆଗକୁ ନେଇପାରିବ।