କୋଭିଡ୍ର ଲକ୍ଷଣ ମତଗଣନା କେନ୍ଦ୍ରକୁ ପ୍ରବେଶ ମନା

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟରେ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ହେବ । ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ । କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ପରିଧାନ କରି ମତଗଣନା କାର‌୍ୟ୍ୟରେ ନିୟୋଜିତ ହେବେ।

କୋଭିଡ୍ ଦ୍ୱିତୀୟ ଟିକା ନେଇଥିବା ସତ୍ତ୍ୱେ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ଦେଖାଦିଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର୍‌ଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ରହିବ। ପ୍ରତ୍ୟେକ ଭୋଟର୍ ମାସ୍କ ପରିଧାନ କରି ମତଦାନ କରିବେ ।