ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଦୀପାବଳୀରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହି କଟକଣାରେ ବାଣ ଫୁଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନାହିଁ । କେବଳ ବେରିୟମ କେମିକାଲରେ ତିଆରି ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଉତ୍ସବ ଆଳରେ ପ୍ରତିବନ୍ଧକ ଲଗାଯାଇଥିବା ବାଣ ଗୁଡିକର ବ୍ୟବହାର କରାଯାଇପାରିବ ନାହିଁ । କାରଣ ଏହା ଦ୍ୱାରା ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ତେଣୁ ଅନ୍ୟର ସ୍ୱାସ୍ଥ୍ୟ ଉପରେ ଉତ୍ସବ ମନାଯାଇପାରିବ ନାହହିଁ । ଜଷ୍ଟିସ୍‌ ଏମ ଆର୍‌ ଶାହା ଏବଂ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ମୂଲ୍ୟରେ ଏହି ପର୍ବ ପାଳନ କରାଯାଇପାରିବ ନାହିଁ । ଉତ୍ସବ ନାଁରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅଧିକାରକୁ ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ ଯାହା ଭାରତୀୟ ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ ରହିଛି । ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ନାହିଁ କିନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷକରି ବରିଷ୍ଠ ନାଗରିକ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ କଲା ଭଳି ଆତସବାଜୀ ଉପରେ ରୋକ ଲଗାଯାଇଛି ।