ବାପାକୁ ଆକ୍ରମଣ କରି ହତ୍ୟା କଲା ପୁଅ

ଉମରକୋଟ,(ସାକ୍‌ସୀ ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ପଞ୍ଚାୟତ ଅଧୀନରେ ଥିବା ଯୋଗିଡ଼ଙ୍ଗରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାକୁ କାଠଫାଳିଆରେ ଆକ୍ରମଣ କରି ହତ୍ୟା କରିଛି ପୁଅ । ପ୍ରକାଶ ଯେ, ପୁଅ ଚକ୍ର ସାନ୍ତା ମଦ୍ୟପାନ କରି ବାପାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଏକ କାଠଫାଳିଆରେ ବାପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଗୋପୀ ସାନ୍ତାଙ୍କ ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ମଦ୍ୟପ ପୁଅ ଚକ୍ରକୁ ଅଟକ ରଖି ପୋଲିସରେ ଜିମା ଦେଇଥିବା ଜଣାପଡିଛି ।