ବିରାଟ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ: ଟି୨୦ ବିଶ୍ୱକପରେ ପାକିସ୍ତାନର ହ୍ୟାଟ୍ରିକ ବିଜୟ ହାସଲ କରିଛି । ବାବର ଟି-୨୦ରେ ଅଧିନାୟକ ଭାବେ ୨୬ ଇନିଂସରେ ହଜାର ରନ୍‌ ପୂରଣ କରିଛନ୍ତି । ବିରାଟ କୋହଲି ଅଧିନାୟକ ଭାବେ ୧୦୦୦ ରନ୍‌ ପୂରଣ ପାଇଁ ୩୦ଟି ଇନିଂସ ଖେଳିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସିସ୍‌ ୩୧ ଓ ଆରୋନ ଫିଞ୍ଚ୍‌ ୩୨ଟି ପାଳିରେ ଏହି ସଫଳତା ପାଇଥିଲେ । ଆହୁରି ମଧ୍ୟ ବାବର ଆଜମ ଟି୨୦ କ୍ରିକେଟରେ ଅଧିନାୟକ ଭାବେ ୧୩ ଥର ୫୦ ବା ଅଧିକ ରନର ପାଳି ଖେଳିଛନ୍ତି । ଏହି ମାମଲାରେ ସେ ବିରାଟଙ୍କ ସହ ସମକକ୍ଷ ହୋଇଛନ୍ତି । ବିରାଟ ମଧ୍ୟ ଅଧିନାୟକ ଭାବେ ଟି୨୦ ଫର୍ମାଟରେ ୧୩ଟି ଅର୍ଦ୍ଧଶତକ ଲଗାଇଛନ୍ତି ।