ଏବେ ୪୦୦ ପର୍ଯ୍ୟଟକ ରାତିରେ ବୁଲି ପାରିବେ ତାଜମହଲ

ଆଗ୍ରା : ଏବେ ୨୫୦ ପରିବର୍ତ୍ତେ ୪୦୦ ପର୍ଯ୍ୟଟକ ରାତିରେ ତାଜମହଲ ବୁଲି ପାରିବେ । ଅଦ୍ୟାବଧି ପର୍ଯ୍ୟଟକମାନେ ରାତିରେ କେବଳ ତିନୋଟି ସ୍ଲଟରେ ତାଜମହଲ ଦର୍ଶନ କରୁଥିଲେ । ରାଜ୍ୟ ସରକାରଙ୍କ ନୂତନ କରୋନା ଗାଇଡଲାଇନରେ ରାତି ସମୟ କର୍ଫ୍ୟୁ ହଟିବା ପରେ ତାଜମହଲ ରାତିରେ ବୁଲି ପାରିବେ । ଏବେ ପର୍ଯ୍ୟନ୍ତ ରାତି ୮:୩୦ ରୁ ୧୧ଟା ପର୍ଯ୍ୟନ୍ତ ଅଧ ଘଣ୍ଟାର ପାଞ୍ଚଟି ସ୍ଲଟରେ ପର୍ଯ୍ୟଟକଙ୍କ ଦୃଷ୍ଟିରେ ତାଜ ଖୋଲାଯାଇଥିଲା । ତାଜମହଲ ରାତିରେ ଦେଖିବା ପାଇଁ ମଲ୍‌ ରାସ୍ତାରେ ଥିବା ଏଏସଆଇ କାର୍ଯ୍ୟାଳୟରୁ ଗୋଟିଏ ଦିନ ପୂର୍ବରୁ ଟିକେଟ କାଟିବାକୁ କରିବାକୁ ପଡ଼ିବ । ତାଜମହଲ ରାତିରେ ବୁଲି ଦେଖିବା ପାଇଁ ଟିକେଟ୍‌ କେବଳ ଅଫିସରୁ କଟା ହେଉଛି । ଏଥିପାଇଁ କୌଣସି ଅନଲାଇନ୍‌ ଟିକେଟ ବୁକିଂର ବ୍ୟବସ୍ଥା ନାହିିଁ ।