ରାଗରେ ୫୮ ଗାଈକୁ ମାରିଦେଲା ସୈତାନ

ନୂଆଦିଲ୍ଲୀ: ଚାକିରିରୁ ବାହାରକରିଦେଲା ବୋଲି ଗୋରୁମାନଙ୍କ ଉପରେ ରାଗ ସୁଝାଇଲା ସୈତାନ । ୫୮ ଗାଈକୁ ବିଷ ଦେଇ ମାରିଦେଲା । ସୂଚନା ଅନୁସାରେ, ଏକ ଡାଏରୀ ଫାର୍ମ କରି ଗୋପାଳନ ବ୍ୟବସାୟ କରୁଛନ୍ତି । ଓମବୀରଙ୍କ ଡାଏରୀ ଫାର୍ମରେ ୫ ଦିନରେ ୫୮ଟି ଗାଈଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏନେଇ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପଶୁ ଚିକିତ୍ସକ ଟିମ୍‌ ଡାକି ପରୀକ୍ଷା କରାଇବାରୁ ବିଷ ଖାଇଥିବାରୁ ଗାଈଗୁଡ଼ିକର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହି ଘଟଣାରେ ପୁଲିସ ଓମବୀରଙ୍କ ଡାଏରୀରେ ପୂର୍ବରୁ କାମ କରୁଥିବା ଧର୍ମେନ୍ଦ୍ରଙ୍କୁ ଗିରଫ କରିଥିଲା । ସେ ଅନେକ ସମୟରେ ନିଶାପାଣି କରୁଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ ଓମ୍‌ବୀର । ଏଥିପାଇଁ ସେ ରାଗରେ ଗାଈମାନଙ୍କ ପାଣିପିଇବା ପାତ୍ରରେ ବିଷ ମିଶାଇ ଦେଇଥିଲା । ଆଉ ବିଷ ମିଶା ପାଇଁ ପିଇବା ଦ୍ୱାରା ୫୮ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି ।