ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ ଖାନ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ପୁଣି ଜୋରଦାର ପ୍ରଶଂସାର…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ପୁଣି ଜୋରଦାର ପ୍ରଶଂସାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ସରକାର ନିକଟରେ ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କରେ ୮ଟଙ୍କା ପ୍ରତି ଲିଟର ଓ ଡଜେଲ ୬ଟଙ୍କା ପ୍ରତି ଲିଟରର ହ୍ରାସ କରିଛନ୍ତି । ଏହାସହ ୨୦୦ଟଙ୍କା ପ୍ରତି ସିଲିଣ୍ଡର ସବସିଡି ଦେବାକୁ ବି ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ ଏକ ଟ୍ୱିଟ୍‌ ଜରିଆରେ କହିଛନ୍ତି ଯେ, ରୁଷ ଠାରୁ ସବସିଡି୍‌ ଯୁକ୍ତ ତେଲ କିଣିବା ପରେ ଭାରତ ସରକାର ପେଟ୍ରୋଲର ଦାମ୍‌ ୯.୫ ଟଙ୍କା ଓ ଡିଜେଲ ୬ଟଙ୍କା ଟଙ୍କା ପ୍ରତି ଲିଟର ହ୍ରାସ କରି ଦେଇଛନ୍ତି ।

ଏହାସହ ଇମ୍ରାନ ଖାନ ଭାରତର ବୈଦେଶିକ ନୀତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହାର କାରଣ ଭାରତର ଏକ ସ୍ୱତନ୍ତ୍ର ବୈଦେଶିକ ନୀତି ରହିଛି । ଇମ୍ରାନ ପୁଣି କହିଛନ୍ତି ଯେ, ଭାରତ ଆମେରିକା ଚାପ ସତ୍ତେ୍ୱ ବି ରୁଷ୍‌ରୁ ଶସ୍ତାରେ ତେଲ କିଣିଛି ଏବଂ ନିଜର ନାଗରିକଙ୍କୁ ରିହାତି ଦେଇଛି ।