ରେଡ କାର୍ପେଟ୍‌ରେ ଟପଲେସ୍‌ ହେଲେ ମହିଳା

କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ଆରମ୍ଭ ହୋଇଯାଇଛି…

ନୂଆଦିଲ୍ଲୀ : କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୭ରୁ ଆରମ୍ଭ ହୋଇଯାଇଛି । ଏହି ଫେଷ୍ଟିଭାଲରେ ଏଥିରେ ଅନେକ ବଡ ବଡ କଳାକାର ସାମିଲ ହୋଇଛନ୍ତି । ସେହିପରି ଚଳିତବର୍ଷ ଏହି ଫେଷ୍ଟିଭାଲରେ ଭାରତ ପାଇଁ ସ୍ୱତନ୍ତ୍ର ହୋଇଛି । କାରଣ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କାନ୍ସର ଜୁରି ସଦସ୍ୟ ଅଟନ୍ତି । ହେଲେ ଚଳିତ ଇଭେଣ୍ଟରେ ଏପରି କିଛି ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜଣେ ମହିଳା ମହିଳା ହଠାତ ରେଡ କାର୍ପେଟ୍‌ରେ ପୋଷାକ ଚିରି ଜୋରରେ ପାଟିତୁଣ୍ଡ କରିବାକୁ ଲାଗିଲେ । ବିନା ପୋଷାକରେ ତ୍ରିରଙ୍ଗା ରଙ୍ଗରେ ଶରୀରରେ ଷ୍ଟପ ରେପିଂ ଅସ ଲେଖିଥିଲେ ।

ସେଠାରେ ମହିଳାଙ୍କୁ ଦେଖିବା ପରେ ସୁରକ୍ଷାକର୍ମିମାନେ ପହଞ୍ଚି ବ୍ଲେଜରରେ ତାଙ୍କୁ ଘୋଡଇ ନେଇ ଯାଇଥିଲେ । କାହିଁକି ନା ୟୁକ୍ରେନରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ, ହିଂସାକୁ ବିରୋଧ କରିଥିଲେ । ଯେତେବେଳେ ଏହି ସବୁ ଘଟିଲା, ଫିଲ୍ମର ନିର୍ଦ୍ଦେଶକ ଏବଂ ଅନ୍ୟାନ କଳାକାରମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।