ଭୟଙ୍କର ସଡକ ଦୁର୍ଘଟଣାରେ ୮ ମୃତ

ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହେଲା ଏସୟୁଭି କାର୍‌…

ଲକ୍ଷେ୍ନø: ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହେଲା ଏସୟୁଭି କାର୍‌ । ସୂଚନାଯୋଗ୍ୟ ଯେ, ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଛି । କାର ୧୧ ଜଣ ଯାତ୍ରୀ ବସିଥିଲେ । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ରେ ହଠାତ କାର ଧକ୍କା ହେବା ପରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ôଚ ଅଧିକ ତଦନ୍ତ ଚଲାଇଛି ।