କାଲିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର….

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ମାଗିବାକୁ ଓଡ଼ିଶା ଆସିବେ ଧର୍ମେନ୍ଦ୍ର । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି ।

ବିଜେଡି, କଂଗ୍ରେସ ଏବଂ ବିଜେପି ପ୍ରମୁଖ ତିନି ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଏଠାରେ ମୁହାଁମୁହିଁ ହେଉଛନ୍ତି । ପ୍ରତ୍ୟେକ ଦଳ ସେମାନଙ୍କର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ସାରିଛନ୍ତି । ବିଜେପି ପକ୍ଷରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ସାମିଲ ହେବେ । ଏହି ପରିପ୍ରେକ୍ଷିରେ ରାଧାରାଣୀଙ୍କ ପାଇଁ ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ଏଠାରେ ସେ ପଦଯାତ୍ରା ସହ ସଭା ଓ ଶୋଭାଯାତ୍ରା କରି ଭୋଟ ମାଗିବେ ବୋଲି ସୂଚନା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।