ବ୍ରିଟେନରୁ ମହୁଆ ଓ ତେଜସ୍ୱୀଙ୍କ ସହ ଫଟୋ ସେୟାର କଲେ ରାହୁଲ

ବ୍ରିନେଟରେ ଅନୁଷ୍ଠିତ ‘ଆଇଜିଆ ଫର ଇଣ୍ଡିଆ’ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ କଂଗ୍ରେସ ନେତା…

ନୂଆଦିଲ୍ଲୀ : ବ୍ରିନେଟରେ ଅନୁଷ୍ଠିତ ‘ଆଇଜିଆ ଫର ଇଣ୍ଡିଆ’ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମ୍ମିଳନୀରେ ଭାରତରେ ଗଣତନ୍ତ୍ର ଏକ ସର୍ବଭାରତୀୟ ଜନସାଧାରଣଙ୍କ ସ୍ୱାର୍ଥ । ଏବଂ ଭାରତୀୟମାନେ ଏକମାତ୍ର ଯିଏ ଗଣତନ୍ତ୍ରକୁ ଏକ ଅନନ୍ୟ ସ୍ତରରେ ପରିଚାଳନା କରିଛନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧୀ । ସେହିପରି ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଯେଉଁଥିରେ ଆରଜେଡିର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ମନୋଜ ଚଢ୍ଡା, ଟିଏମସିର ମହୁଆ ମିତ୍ର ଏବଂ ସିପିଆଇର ସୀତାରାମ ୟେଚୁରୀଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟ କହିଥିଲେ ‘ଆଇଡିଆଜ୍‌ ଫର ଇଣ୍ଡିଆ’ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା ।