ଦେଶରେ ଆଉ ୨,୦୨୨ କରୋନା ପଜିଟିଭ୍‌ ଚିହ୍ନଟ

ଦେଶରେ ଗତ କିଛି ଦିନ ହେବ ୨ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରେ ୨ହଜାର ଉପରେ…..

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେବ ୨ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରେ ୨ହଜାର ଉପରେ ଦୈନିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ହଜାର ୨୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନାରୁ ଗତ ୨୪ ଘଣ୍ଟାରେ ୨,୦୯୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩୨ ରହିଛି ।

ସେହିପରି ଗତ ୨୪ ଘଣ୍ଟାରରେ କରୋନା ଯୋଗୁ ୪୬ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ପଜିଟିଭିଟି ହାର ମଧ୍ୟ ହ୍ରାସ ପାଉଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୫,୯୯,୧୦୨ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ୫,୨୪,୪୫୯ ଜଣଙ୍କ ମୃତ୍ୟୁ ହୋଇଛି ।