ମାର୍ଚ ୧୮ ତାରିଖରେ ଅଦାଲତରେ ହାଜର ହେବେ ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ତୋଷଖାନା ମାମଲାରେ ଗିରଫ ହେବାର ସମ୍ଭାବନା ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମାର୍ଚ ୧୮ ତାରିଖରେ ଲାହୋର୍‌ ହାଇକୋର୍ଟରେ ହାଜର ହେବେ ବୋଲି ଆଜି କହିଛନ୍ତି। ଉପରୋକ୍ତ ତାରିଖରେ ସେ ଅଦାଲତରେ ହାଜର ହେବେ ବୋଲି ଆଜି ‘ଲାହୋର୍‌ ହାଇକୋର୍ଟ ବାର୍‌’ର ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ଇମ୍ରାନ୍‌ ଖାଁ ପ୍ରତିଶ୍ରୁତି ଦେଇଛନ୍ତି।  ମଙ୍ଗବାର ଦିନ ମଧ୍ୟ ଇମ୍ରାନ୍‌ ଖାଁ କହିଥିଲେ ଯେ, ଗିରଫ ହେବା ପାଇଁ ସେ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି।