ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର: ସାରା ରାଜ୍ୟରେ ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ବେଆଇନ ଅର୍ଥ କାରବାର ମାମଲାରେ ନାଗ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଥିଲେ । ତେବେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାମରେ ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଅଭିଯୋଗ ଦାୟର କରିଥିଲେ ।