ଗୁଲ୍‌ଜାରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କରିବାକୁ ଇମ୍ରାନଙ୍କ ପ୍ରସ୍ତାବ

ଇସଲାମାବାଦ : ପାକିସ୍ତାନରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସମୟ ପରିବର୍ତ୍ତନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜ ଓ ଇମ୍ରାନଙ୍କ ନେତୃତ୍ୱରେ ପରିଚାଳିତ ଗୃହ ଭଙ୍ଗକରି ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ଶୁଣାଣି କରୁଛନ୍ତି । ପାକିସ୍ତାନର ବିରୋଧୀ ଦଳ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ଯେ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ଏହାରି ମଧ୍ୟରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭୀ ଏକ ସୂଚନା ଜାରି କରିଛନ୍ତି ।

ସେ କହିଛନ୍ତି ଯେ ପିଟିଆଇ ନେତା ଇମ୍ରାନଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତି ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ହେବ । ପ୍ରଧାନମନ୍ତ୍ରୀ ଇମ୍ରାନ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ ସଜେପି ନ୍ୟାୟମୂର୍ତ୍ତି ଗୁଲଜାର ଅହମଦଙ୍କ ନାମକୁ ପ୍ରସ୍ତାବ ଦେଇଛନ୍ତି । ଏହା ପୂର୍ବରୁ ସଂସଦ ଭଙ୍ଗ ମାମଲାରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଥିଲା । କିନ୍ତୁ ଏଥିରେ ସମସ୍ୟାର ସମାଧାନ ହୋଇ ପାରି ନଥିଲା ।