ପଶ୍ଚିମବଙ୍ଗରେ ୭ବର୍ଷର ଶିଶୁ ଓମକ୍ରିନରେ ସଂକ୍ରମିତ

ନୂଆଦିଲ୍ଲୀ: ସାରା ଦେଶରେ ନୂତନ ଭାରିଏଣ୍ଟ ଓମିକ୍ରନ୍‌ କାୟା ବିସ୍ତାର କରୁଥିବାବେଳେ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରିଛି । ପଶ୍ଚିମବଙ୍ଗରେ ଓମିକ୍ରନର ପ୍ରଥମ କେଶ ଚିହ୍ନଟ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଠାରେ ଜଣେ ୭ ବର୍ଷର ଶିଶୁ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଏହି ୭ ବର୍ଷର ଶିଶୁ ମୁର୍ସିଦାବାଦର ବାସିନ୍ଦା । ସେ ଆବୁଧାବିରୁ ଫେରିଥିଲା ।

ଶିଶୁ କରୋନା ସଂକ୍ରମଣର ନୂତନ ଭାରିଏଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଶିଶୁର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାର ପିତା-ମାତାଙ୍କରିପୋର୍ଟ ନେଗେଟିଭ ଆସିଥିଲା । ସୂଚନାଯୋଗ୍ୟ, ଦେଶରେ ଓମିକ୍ରନ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ଓମିକ୍ରନ ମାମଲା ରହିଛି । ଦେଶରେ ମୋଟ ୬୩ଜଣ ଓମକ୍ରିନ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।