ଆଇଟମ ଗୀତରେ ଡ୍ୟାନ୍ସ କରି ଅଡୁଆରେ ସାମନ୍ଥା

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ଫିଲ୍ମର ଆଇଟମ୍‌ ଗୀତ ମଧ୍ୟ ରିଲିଜ୍‌ ହୋଇଛି । ଯାହା ଏବେ ବିବାଦ ଦେଖାଦେଇଛି । ଏହି ଫିଲ୍ମର ପ୍ରମୋଶନ ଆରମ୍ଭ ହୋଇଥିବା ବେଳେ ଆଇଟମ୍‌ ଗୀତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଗୀତରେ ସାମନ୍ଥାଙ୍କ ସହ ରୁଥ ପ୍ରଭୁଙ୍କୁ ଦେଖିବାକୁ ମିଳିଛି । ଏଥିରେ ସେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ହେଲେ ଏହି ଗୀତକୁ ନେଇ ଥାନାରେ ମାମଲା ରୁଜୁ ହେବା ସହ ବ୍ୟାନ୍‌ କରିବାକୁ ଦାବି ଉଠିଛି ।

ଏହି ଆଇଟମ ଡ୍ୟାନ୍ସକୁ ଦେଖି ଏକ ପୁରୁଷ ସଂଘ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଗୀତରେ ପୁରୁଷମାନଙ୍କ ଛବିକୁ ଭୁଲ ଭାବରେ ଦର୍ଶାଯାଇଥିବା କୁହାଯାଇଛି । ତେଣୁ ଏହାକୁ ବ୍ୟାନ୍‌ କରିବା ପାଇଁ ଆନ୍ଧ୍ରପ୍ରଦେଶର କୋର୍ଟରେ ଦାବି ହୋଇଛି । କିନ୍ତୁ କୋର୍ଟ କୌଣସି ସମାଧାନ କରି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ଏଭଳି ବିବାଦ ଉପୁଜିଥିବା ନେଇ ଫିଲ୍ମ ନିର୍ମାତା ଅସନ୍ତୋଷ ପ୍ରକାଶ କରିଛନ୍ତି ।