୨୦୪୭ ସୁଦ୍ଧା ମୁସଲମାନଙ୍କ ହାତରେ ଭାରତ!

ପିଏଫ୍‌ଆଇ (ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏଜେଣ୍ଡା..

ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ସାରା ଭାରତକୁ ମୁସଲମାନ ଶାସନାଧିନ କରିବା ବେଆଇନ ଘୋଷିତ ପିଏଫ୍‌ଆଇ (ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ଏଜେଣ୍ଡା ଥିବାର ଜଣାପଡ଼ିଛି । ପୁଲିସ ହାତରେ ଲାଗିଥିବା କିଛି ଦସ୍ତାବିଜରୁ ଜଣାପଡେ଼, ଦଳିତ ଓ ଆଦିବାସୀ ମହିଳାଙ୍କୁ ବିବାହ କରି ସେଇମାନଙ୍କ ଜରିଆରେ ନିର୍ବାଚନ ଜିତି ଭାରତକୁ ଶାସନ କରିବା ‘ପିଏଫ୍‌ଆଇ’ର ଗୋପନୀୟ ଅଭିଳାଷ । ପିଏଫ୍‌ଆଇ ଚେର ଦରାଣ୍ଡି ଦରାଣ୍ଡି ଏକ ସମ୍ବାଦ ସରବରାହ ସଂସ୍ଥାର କିଛି ରିପୋର୍ଟର ଗୋଟିଏ ଆଦିବାସୀ ଗ୍ରାମରେ ପହଂଚିଥିଲା ।

ଦାନ୍ତରନ୍ଧା ପଂଚାୟତର ଏକ ଗ୍ରାମରେ ବାସ କରନ୍ତି ପପୁ ପଠାନ । ପେସାରେ ଠିକାଦାର ପପୁ ଉକ୍ତ ଗ୍ରାମର ଜଣେ ମହିଳା ଫୁଲା ବାଇଙ୍କୁ ବିବାହ କରିଛନ୍ତି । ଫୁଲା ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ଭାଗ ନେଇ ୧୬୦୦ ଭୋଟରେ ହାରି ଯାଇଥିଲେ । ଜଣେ ରିପୋର୍ଟରଙ୍କ ପ୍ରଶ୍ନର ଜବାବରେ ଫୁଲା ବାଇ କହିଲେ, ପପୁ ପଠାନ ତାଙ୍କ ଘରକୁ ଯା’ଆସ କରୁଥିଲେ । ନିୟମିତ ଯିବା ଆସିବାରୁ ବିବାହ କଥା ଉଠିଲା । ଏବେ ସେମାନଙ୍କର ଦୁଇଟି ପିଲା ଅଛନ୍ତି । ଫୁଲାଙ୍କ ଭାଇ ରାଜାରାମ ଏବେ ସେ ଅଂଚଳର ସରପଂଚ । ପପୁ ପଠାନଙ୍କର ପ୍ରଥମ ସ୍ତ୍ରୀ ଅଛନ୍ତି । ପପୁ ପଠାନଙ୍କର ପ୍ରଥମ ସ୍ତ୍ରୀ ଓ ସେମାନଙ୍କ ପିଲା ବିଷୟ ଫୁଲା ବାଇଙ୍କୁ ଜଣାଅଛି । ପତ୍ନୀ ହାରିଗଲେ ମଧ୍ୟ ସଳା ରାଜାରାମ ନିର୍ବାଚନରେ ଜିତିଥିବାରୁ ପପୁ ବେଶ ଖୁସି ଅଛନ୍ତି । ଖୋଦ ରାଜାରାମ କହିଛନ୍ତି ଯେ ତାଙ୍କୁ ସରପଂଚ କରାଇବା ପଛରେ ପପୁଙ୍କ ଅବଦାନ ବହୁତ ।

ଏଠାରେ ଜଣାଇ ଦେଉଛୁ ଯେ ପପୁ ପଠାନ ବେଆଇନ ଘୋଷିତ ପିଏଫ୍‌ଆଇର ଜଣେ ସଭ୍ୟ । ଜଣେ ନୁହେଁ, ହଜାର ହଜାର ପପୁ ଏବେ ଦଳିତ ଓ ଆଦିବାସୀ ବସତି ଭିତରେ ପଶି ମୁସଲମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି । ସରକାର ପିଏଫ୍‌ଆଇ ସଂଗଠନକୁ ବେଆଇନ ଘୋଷଣା କରିଦେଲେ ଚଳିବନି । ନ୍ୟସ୍ତସ୍ୱାର୍ଥୀ ମୁସଲମାନ ଲୋକଙ୍କ ହୀନ ଉଦ୍ଦେଶ୍ୟକୁ ବିଫଳ କରିବାକୁ ପଡ଼ିବ ।