ଇଣ୍ଡିଆ ବୈଠକରେ କେଁ: ନୀତୀଶଙ୍କୁ ଗନ୍ଧେଇଲା ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଇଣ୍ଡିଆ ବୈଠକରେ ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କ ମତାମତକୁ ନୀତୀଶ କୁମାର ଓ ଲାଲୁ ଯାଦବ ସହଜରେ ଗ୍ରହଣ କରିନାହାନ୍ତି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ଯଦିଓ ରାଜ୍ୟସ୍ତରରେ ଆସନ ବୁଝାମଣାକୁ ମାନି ନେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସର ସ୍ଥିତି ଅତି ଦୁର୍ବଳ ଥିବାରୁ ଖାଡଗେଙ୍କ ପ୍ରସ୍ତାବରେ କେଁ ପୁରାଇଥିଲେ ମମତା ।

ମମତା କହିଥିଲେ, ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେ଼ଇ ହେଉଥିବାରୁ କଂଗ୍ରେସକୁ ଅତି କମରେ ୩୦୦ ଆସନରେ ଲଢ଼ିବା ଉଚିତ । ମମତାଙ୍କ ପ୍ରସ୍ତାବଟି ନୀତୀଶ ଓ ଲାଲୁଙ୍କ ଅଡୁଆ ଲାଗିଛି ।

ଖାସ୍‌ ସେହି କାରଣରୁ ଆସନ ବୁଝାମଣା ପାଇଁ ଡିସେମ୍ବର ୩୧ ତାରିଖକୁ ଘୁଂଚାଇ ଦିଆଯାଇଛି । ଟିଏମସି, ଆରଜେଡି, ଜେଡିୟୁ ଭଳି ବହୁ ରାଜନୈତିକ ଦଳ ଆସନ ବୁଝାମଣା ନିକଟରେ ଡେରା ପକାଇଛନ୍ତି ।