ମୋଦିଙ୍କୁ ଗୁରୁଚଣ୍ଡାଳ ଦୋଷରୁ ମୁକ୍ତ କଲା ହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଷୀଙ୍କୁ ରାମ ମନ୍ଦିର ଲୋକାର୍ପଣକୁ ଆମନ୍ତ୍ରଣ କରିଛି । ‘ଆପଣମାନଙ୍କର ବୟସ ହୋଇଗଲାଣି । ଆପଣମାନେ ରାମ ମନ୍ଦିର ପ୍ରତିଷ୍ଠା ଭିଡକୁ ସାମ୍ନାକୁ କରିପାରିବେନି । ତେଣୁ ଆପଣମାନେ ଆମ ଅନୁରୋଧ ରକ୍ଷା କରି ସେଠାକୁ ନଗଲେ, ଭଲ ହେବ ।’ ଏପରି ସାନ୍ତ୍ୱନା ବାଣୀ ଶୁଣାଇ ଦିଆଯାଇଛି ରାମ ମନ୍ଦିର ଆନ୍ଦୋଳନର ଦୁଇ ବର୍ଷୀୟାନ ସେନାପତି ଲାଲକୃଷ୍ଣ ଆଡଭାନୀ ଓ ରାମ ମନୋହର ଜୋଷୀଙ୍କୁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ସାହସ କାହା ପାଖରେ ଅଛି? ମନ ଭିତରେ ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରକୁ ଦର୍ଶନ କରିବାର ଆଗ୍ରହ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆଦେଶ ମାନି ତାକୁ ଚାପିବାକୁ ବାଧ୍ୟ ହୋଇଛନ୍ତି ଲାଲକୃଷ୍ଣ ଓ ମନୋହର ।

୧୯୮୦ ମସିହାରେ ଲୋକସଭାରେ ବିଜେପିର ଦୁଇଜଣ ସାଂସଦ ଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ଡାକରା ଦେଇ ତକ୍ରାଳୀନ ବିଜେପି ସାଂସଦ ଲାଲକୃଷ୍ଣ ଆଡଭାନୀ ସାରା ଭାରତରେ ରଥଯାତ୍ରା ଅଭିଯାନ କରିଥିଲେ । ତା’ର ଫଳସ୍ୱରୂପ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା ।

ବାଜପେୟୀ, ଆଡଭାନୀ, ଜୋଷୀଙ୍କ ଭଳି ଦକ୍ଷ ନେତାମାନଙ୍କ କଠୋର ସାଧନାର ଫଳ ଆଜି ଭୋଗୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା । ବିଜେପିର ଭୀଷ୍ମ ପିତାମହଙ୍କୁ ରାମ ମନ୍ଦିର ଲୋକାର୍ପଣକୁ ବାରଣ କରି ପ୍ରଧାନମନ୍ତ୍ରୀ ମୋଦି ଠିକ କରିଛନ୍ତି କି ଗୁରୁଚଣ୍ଡାଳ ଅପରାଧ କରିଛନ୍ତି; ତାହା ସାରା ଭାରତ କହିବ ।