ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଡ୍ର

କାନପୁର : କାନପୁର ଗ୍ରୀନ ପାର୍କରେ ରୋମାଞ୍ଚକର ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିଛି । ବିଜୟ ଆଡକୁ ଅଗ୍ରସର ହେଉଥିବା ଟିମ ଇଣ୍ଡିଆ ଶେଷର ଡ୍ର’ ରହିଛି । ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ସାମ୍ନା କରିନପାରି ଆତ୍ମସମର୍ପଣ କରିଥିଲା କିୱି ଟିମ । କିନ୍ତୁ ନ୍ୟୁଜିଲାଣ୍ଡର ଶେଷ ୱିକେଟ କ୍ରିଜରେ ରହି ନିଶ୍ଚିତ ପରାଜୟରୁ ଟିମ୍‌କୁ ବଞ୍ଚାଇ ଦେଇଛନ୍ତି । ଅଶ୍ୱିନ୍‌-ଜାଡେଜା ନ୍ୟୁଜିଲାଣ୍ଡର ବ୍ୟାଟିଂ ଅର୍ଡରକୁ ଭାଙ୍ଗି ଦେଇଥିଲେ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ସ୍ପିନରମାନେ ଘାତକ ବୋଲିଂ କରିଛନ୍ତି । ଦ୍ୱିତୀୟ ଇନିଂସରେ ମୋଟ ୮ୱିକେଟ ନେଇଛନ୍ତି ଭାରତୀୟ ସ୍ପିନର ।

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦୁଇ ଓପନର ଟମ ଲାଥାମ ୯୫ ରନ ଏବଂ ସ୍ୱିଲ ୟଙ୍ଗଙ୍କ ୮୯ ରନ ବଳରେ ୨୯୬ରନ କରିପାରିଥିଲା କିୱି ଟିମ । ଦ୍ୱିତୀୟ ଇନିଂସରେ ୭ୱିକେଟ ହରାଇ ୨୩୪ରନ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା ଭାରତୀୟ ଦଳ । ୨ୟ ଇନିଂସରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ ଶ୍ରେୟସ ଆୟର । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ ଆୟର । ସେ ବ୍ୟକ୍ତିଗତ ୬୫ରନର ଇନିଂସ ଖେଳିଥିଲେ । ଯାହା ଫଳରେ ଭାରତର ସ୍କୋର ୨୩୪ରନ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ।

୨ୟ ଇନିଂସରେ ସାଉଦୀ ଏବଂ ଜିମିସନ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୪ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୪ ରନ କରି ଗୋଟିଏ ୱିକେଟ ହରାଇଥିଲା । କିନ୍ତୁ ଲଞ୍ଚ ପରେ ଭାରତୀୟ ସ୍ପିନ ବାହିନୀ ଘାତକ ବୋଲିଂ କରିଥିଲେ । କିନ୍ତୁ ଖରାପ ଆଲୋକ ନ୍ୟୁଜିଲାଣ୍ଡକୁ ପରାଜୟରୁ ବଞ୍ଚାଇ ଦେଇଛି ।