ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ-ଗ୍ୟାସ!

ନୂଆଦିଲ୍ଲୀ: ଦେଶରେ ସାଧାରଣ ଲୋକଙ୍କ ପାଇଁ ଆଉ ଏକ ବଡ ଆଶ୍ୱସ୍ତି ମିଲିବାର ସମ୍ଭାବନା ରହିଛି । ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହୋଇପାରେ । ବିଶ୍ୱର ଅଶୋଧିତ ତୈଳ ଦର ମୂଲ୍ୟରେ ବଡ ହ୍ରାସ ନେଇ ବିଶେଷଜ୍ଞମାନେ ଏହି ଆକଳନ କରିଛନ୍ତି । ଆସନ୍ତା ୧ରେ ହେବାକୁ ଥିବା ସମୀକ୍ଷାରେ ଏଥର ସିଲିଣ୍ଡର ମଧ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ଏହାସହ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇଛି ।

ଆଇଆଇଏଫଏଲ୍‌ ସିକ୍ୟୁରିଟିଜ୍‌ ଉପାଧ୍ୟକ୍ଷ କହିଛନ୍ତି ଯେ ନୂଆ ଭାଇରସ୍‌ ଓମିକ୍ରନ୍‌ ଡେଲଟା ଅପେକ୍ଷା ଅଧିକ ସଂକ୍ରମିତ ହେବା ହେତୁ ସମଗ୍ର ଦେଶ ସତର୍କତାମୂଳକ ଅବଲମ୍ବନ କରୁଛନ୍ତି । ଏହି କାରଣରୁ, ପୁଣି ଥରେ ବିମାନ ଯାତ୍ରା ଉପରେ କଟକଣା ଲଗାଇ ଲକଡାଉନ୍‌ କରୁଛନ୍ତି । ଶକ୍ତି ବିଶେଷଜ୍ଞ କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୦ପ୍ରତିଶତ ହ୍ରାସ ପାଇଛି । ତେବେ ଘରୋଇ ବଜାରରେ ଏଭଳି ହ୍ରାସ ଆଶା କରାଯାଏ ନାହିଁ । ଏହା ସତ୍ତେ୍ୱ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇପାରେ ।