ଭିରୁଷ୍କାଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ : ଭାରତର ପୂର୍ବତନ ଟି-୨୦ ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ କିଛି ରେମାଣ୍ଟିକ ଫଟୋ ସେୟାର କରିଛନ୍ତି । ସେ ଏବେ ପରିବାର ସହ ସମୟ ଅତିବାହିତ କରୁଛନ୍ତି । କୋହଲି ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପତ୍ନୀ ଅନୁଷ୍କା ଶର୍ମା ତାଙ୍କ ସହ ବସି ସମୟ କାଟୁଥିବାର ନଜର ଆସିଛନ୍ତି ।

ଏହି ଫଟୋରେ କୋହଲି କ୍ୟାପସନରେ ଲେଖିଛନ୍ତି, ତୁମେ ମୋ ସହିତ ଥିଲେ, ମୁଁ ସବୁ ଜାଗା ଘର ପରି ଲାଗିଥାଏ । ଏହି ଫଟୋରେ ଉଭୟ ନଦୀ କୂଳରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ଖୁବ ଭାଇରାଲ ହୋଇଛି । ଏହି ଫୋଟ ପୋଷ୍ଟ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଏହି ଫଟୋକୁ ପସନ୍ଦ କରିଛନ୍ତି । ଏହି ଫଟୋ ଉପରେ ଅନୁଷ୍କା ଏକ ମଜାଳିଆ କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି, ଏହା ଏକ ଭଲ କଥା କାରଣ ତୁମେ ବହୁତ କମ ଘରେ ରୁହ । ବିରାଟ କୋହଲି ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ୍‌ ରୁହନ୍ତି ।