ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା : ପୁଣି ଭୂକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୮ ରେକର୍ଡ କରାଯାଇଛି। ଗୁରୁବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଗତ ୧୭ ଦିନ ମଧରେ ୩ ଥର ଭୂକମ୍ପ ଝଟକା ଅନୁଭବ ହୋଇଛି। ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଖବର ମିଳିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରଦେଶର ସିରାନଜାଙ୍ଗ ପର୍ବତର ୧୪ କିଲୋମିଟର ଉତ୍ତର -ପଶ୍ଚିମ ଦିଗରେ ୧୨୩.୭ କିଲୋମିଟର ଗଭୀର ବୋଲି ସୂଚନା ମିଳିଛି।ଏହାପୂର୍ବରୁ ନଭେମ୍ବର ୨୧ରେ ଅନୁଭବ ହୋଇଥିବା ଭୂକମ୍ପରେ ପ୍ରାୟ ୩୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। ଏହାସହ ଅନେକ ଅଟ୍ଟାଳିକା, ସ୍କୁଲ ଆଦି କ୍ଷତିଗ୍ରସ୍ତ ହୋଇଥିଲା।