ଅର୍ଚନାଙ୍କ ବିସ୍ପୋରକ ବୟାନ : ଖୋଲିଲେ ଗୁମର! ୩୦ ମିନିଟ ରେ ସବୁ ତଥ୍ୟ ପ୍ରମାଣ ଦେବି

ଅର୍ଚ୍ଚନାଙ୍କ ବୟାନ ପରେ ରାଜ୍ୟରେ କମ୍ପନ..

ଭୁବନେଶ୍ୱର : ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ନେଇଛି । ୧୩ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନାକୁ ଜେରା କରିବ ଇଡି । ଏନେଇ ପୂର୍ବରୁ ଇଡି କୋର୍ଟକୁ ଆବେଦନ କରିଥିବା ବେଳେ ଜିଲ୍ଲା ଦୌରା ଜର୍ଜ ଏହାକୁ ଅନୁମତି ଦେଇଥିଲେ । ଫଳରେ ଇଡି  ଅର୍ଚ୍ଚନାକୁ ରିମାଣ୍ଡରେ ନେଇଛି ।

ଅର୍ଚ୍ଚନାକୁ ଇଡି ରିମାଣ୍ଡରେ ନେବା ପୂର୍ବରୁ କରିଥିଲା ହେଲ୍‌ଥ ଚେକ୍‌। କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରି ବେଳେ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇ କହିଲେ, ମୁଁ ଇଡିକୁ ଅପେକ୍ଷା କରିଥିଲି। ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି? ସବୁ ପ୍ରମାଣ ଦେଖାଇବି। ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ ଅର୍ଚ୍ଚନା। ୨ ଜଣ ମିଶି ମୋ’ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି କହିଲେ। କିନ୍ତୁ କିଏ ସେହି ୨ ଜଣ? ସେମାନଙ୍କ ନାଁ ନେଇନଲେ ଅର୍ଚ୍ଚନା।

ତେବେ ଆର୍ଥିକ କାରବାର ନେଇ ଇଡି ଖୋଲତାଡ କରିବା ସହ ଆହୁରି ଅନେକ ଘଟଣା ବିଷୟରେ ମଧ୍ୟ ପଚରା ଉଚରା କରିଛି । ଯାହାଫଳରେ ନାଗଫାଶ ମାମଲାରେ ବହୁତ କିଛି କଥାର ପର୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷେ,ସେ କାହାକୁ ଛାଡିବେନି ବୋଲି କହିବା ସହ ମୁଁ କହିଲେ ସାରା ରାଜ୍ୟ ପରବର୍ତ୍ତନ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ଅର୍ଚ୍ଚନା । ତେବେ କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ହନି ଟ୍ରାପ କୁଇନ୍ ଅର୍ଚ୍ଚନା ନାଗ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋତେ ସଫିସେଏଣ୍ଟ ସମୟ ଦରକାର, ମୋତେ ଫସାଇ ଦେଇଛନ୍ତି । ମୁଁ ତଥ୍ୟ ସହ ପ୍ରମାଣ ସବୁ ଦେବି ।

ସେହିପରି, ଶ୍ରଦ୍ଧାଞ୍ଜଳୀର କଲ୍ ଡିଲେଲ୍ସ ରେକର୍ଡ ଯାଞ୍ଚ କରାଯାଉ ବୋଲି ଅର୍ଚ୍ଚନା କହିଛନ୍ତି । ଏତତ୍ ବ୍ୟତୀତ ମୋ ପାଟି ବନ୍ଦ କରି ମତେ ସେମାନେ ଆରେଷ୍ଟ କରିଛନ୍ତି, ମୁଁ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ କରିଛନ୍ତି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଏହିସବୁ ପରେ ମଧ୍ୟ ଅର୍ଚ୍ଚନା କହିଛନ୍ତି, ମୁଁ ସମୟକୁ ଅପେକ୍ଷା କରିଥିଲି ଏବଂ ଇଡି କେଉଁଦିନ ତଦନ୍ତ କରିବ ମୁଁ ସେହିଦିନକୁ ମଧ୍ୟ ଅପେକ୍ଷା କରିଥିଲି କହିଥିଲେ ଅର୍ଚ୍ଚନା ।

ତେବେ ତୃତୀୟ ଦିନ ଜେରାରେ ଏପରି ଅନେକ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚାରିଥିବା ଚର୍ଚ୍ଚା ହେଉଛି। ଇଡିର ସବୁ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଦେଉଥିବା ତାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧଙ୍କ ପାଖରୁ ଜବତ ହୋଇଥିବା ପ୍ରମାଣ ସୁରକ୍ଷିତ ଅଛି ତ?

ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ୍‌। ସେତେବେଳେ ତାଙ୍କ ପାଖରୁ ପୁଲିସ୍‌ ୪ଟି ମୋବାଇଲ, ଦୁଇଟି ଟାବଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌, ଗୋଟିଏ ଲାପଟପ୍‌ ଜବତ କରିଥିଲା। ସେହିପରି ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇ ଆଣିଥିଲା ପୁଲିସ୍‌। ତା’ଠାରୁ କମିଶନରେଟ୍‌ ପୁଲିସ୍‌ ୪ଟି ମୋବାଇଲ୍‌, ଦୁଇଟି ଲାପଟପ୍‌, ଡାଇରୀ, କିଛି ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଜବତ କରିଥିଲା। ସେ ଗୁଡ଼ିକୁ ଯାଞ୍ଚ ପାଇଁ ପୁଲିସ୍‌ ଫୋରେନ୍‌ସିକ ଲାବ୍‌କୁ ପଠାଇଥିଲା। ଲାବ୍‌କୁ ଯିବା ପୂର୍ବରୁ ସେଥିରୁ କିଛି ପ୍ରମାଣ ନଷ୍ଟ କରାଯାଇ ନାହିଁ ତ? ଯଦି ପ୍ରମାଣ ଗୁଡ଼ିକୁ ନଷ୍ଟ କରି ଦିଆଯାଇଥିବ, ତାହାହେଲେ କ’ଣ ଫୋରେନ୍‌ସିକ ଲାବ୍‌ ଟିମ୍‌ ସେହି ତଥ୍ୟକୁ ରିକଭର କରିପାରିବ? ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଅର୍ଚ୍ଚନାଙ୍କ ବୟାନ ପରେ ରାଜ୍ୟରେ କମ୍ପନ ସୃଷ୍ଟି କରିଛି । ନେତା-ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି । ନାଗ ଫାସରେ ଫସିଥିବା ବ୍ୟକ୍ତିମାନଙ୍କ ମନରେ ଛନକା ପଶିଯାଇଛି । ଅର୍ଚ୍ଚନାଙ୍କ ପାଖରେ କି ତଥ୍ୟ-ପ୍ରମାଣ ଅଛି? କେଉଁମାନେ ପଣସ ଖାଇ ଅର୍ଚ୍ଚନାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି? ଅର୍ଚ୍ଚନା ମୁହଁ ଖୋଲିଲେ ରାଜ୍ୟ ପରିବର୍ତ୍ତନ ହେବ କେମିତି? ଏଥିରେ କ’ଣ ସରକାରୀ ଦଳର ନେତା-ମନ୍ତ୍ରୀଙ୍କ ସଂପୃକ୍ତି ଅଛି କି? କ’ଣ ଜଣକୁ ବଞ୍ଚାଇବାକୁ ଯାଇ ପୋଲିସ ଅର୍ଚ୍ଚନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କି? ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ତେବେ ଅର୍ଚ୍ଚନା କେବେ ମୁହଁ ଖୋଲୁଛନ୍ତି ଓ ରାଜ୍ୟରେ କି ପରିବର୍ତ୍ତନ ହେଉଛି, ତାହା ଦେଖିବାକୁ ବାକି ରହିଲା ।

ସେ କହିଛନ୍ତି, ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କ’ଣ ଆତଙ୍କବାଦୀ? ମୋ’ ଉପରେ ପ୍ରବଳ ଚାପ ପକାଯାଉଛି । କିଛି ନ ଜାଣି ମୋତେ ବଦନାମ କଲେ, ମୋ ୫ ବର୍ଷର ଛୁଆକୁ ମୋଠୁ ଦୂରେଇ ଦେଲେ । ତାର ଲୁହ ପଡ଼ିବ । ମୁଁ ସମୟକୁ ଅପେକ୍ଷା କରିଛି, ହେଲେ କାହାକୁ ଛାଡିବିନି । କିଛି ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ । ବିନା ତଥ୍ୟ, ପ୍ରମାଣରେ ମୋତେ କଳଙ୍କିତ କରାଯାଉଛି । ପ୍ରଶାସନର ଏ କି ବ୍ୟବସ୍ଥା ବୋଲି ସେ ପ୍ରଶ୍ନ କରିଥିଲେ?