ଫୁଙ୍ଗୁଳା ଫଟୋ ପ୍ରସାରଣ କରି ୬ ବର୍ଷ ଜେଲ

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପ୍ରସାରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ….

ୟାଙ୍ଗନ୍‌: ଡାକ୍ତରୀ ସେବା ଛାଡ଼ି ମଡେଲିଂ ଦୁନିଆରେ ପାଦ ଦେଲେ । ଶସ୍ତା ଲୋକପ୍ରିୟତା ଓ ବିପୁଳ ଅର୍ଥ ଲୋଭରେ ସଂପୃକ୍ତ ମଡେଲ୍‌ ସୋସିଆଲ ମିଡିଆରେ ଏଭଳି ଫୁଙ୍ଗୁଳା ଫଟୋ ପ୍ରସାରଣ କଲେ ଯେ ସରକାର ତାଙ୍କୁ ଗିରଫ କରିବାକୁ ବାଧ୍ୟ ହେଲେ । ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପ୍ରସାରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ତାଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

କୁହାଯାଉଛି, ସଂପୃକ୍ତ ମହିଳା ମଡେଲ ଏକାଧିକ ୱେବ୍‌ସାଇଟ୍‌ରେ ବିଭିନ୍ନ ପୋଜ୍‌ର ନଗ୍ନ ଫଟୋ ପ୍ରସାରଣ କରିଛନ୍ତି ।

ଅଶ୍ଳୀଳ ଫଟୋ ପ୍ରସାରଣ କରି ସଂପୃକ୍ତ ମଡେଲ ଦେଶର ସଂସ୍କୃତି ଓ ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି କୋର୍ଟ କହିଛନ୍ତି । ଦୋଷୀ ମଡେଲଙ୍କ ନାମ ନାଙ୍ଗ୍‌ ମୱେ ସାନ୍‌ । ସେ ମ୍ୟାଁମାର ନାଗରିକ ।

ସାନ୍‌ ଏକ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ୱେବସାଇଟ୍‌ରେ ଏପରି କିଛି ଉତ୍ତେଜକ ଫଟୋ ପ୍ରସାରଣ କରିଥିଲେ ଯାହାକୁ ଦେଖି ଦେଶର ସେନାଧ୍ୟକ୍ଷ ଅତ୍ୟନ୍ତ ବିରକ୍ତି ପ୍ରକାଶ କରିଥିଲେ । ସାନ୍‌ ମ୍ୟାଁମାର ରାଜଧାନୀ ୟାଙ୍ଗନ୍‌ରେ ରହନ୍ତି ।