କର୍କଟକୁ ଆଉ ଡରିବା ନାହିଁ, ବାହାରିଲା ଔଷଧ

କିନ୍ତୁ ଏବେ ଆଉ ଡରିବା ଦରକାର ନାହିଁ….

ନୂଆଦିଲ୍ଲୀ: କର୍କଟ ରୋଗର ଶିକାର ହୋଇ ବର୍ଷକୁ ଲକ୍ଷାଧିକ ଲୋକ ମରଣମୁହଁରେ ପଡୁଛନ୍ତି । କର୍କଟ ନାଁ ଶୁଣିବା ମାତ୍ରେ ଲୋକଙ୍କ ହୋସ୍‌ ଉଡ଼ିଯାଏ । ମଣିଷର ଆୟୁଷ ଅଧା କମିଯାଏ । କିନ୍ତୁ ଏବେ ଆଉ ଡରିବା ଦରକାର ନାହିଁ । ବୈଜ୍ଞାନିକମାନେ କର୍କଟ୍‌ ରୋଗ ସୃଷ୍ଟିକାରୀ ଜିନ୍‌କୁ ନିଷ୍କ୍ରିୟ କରିବା ପାଇଁ ଔଷଧ ତିଆରି କରିଛନ୍ତି ।

ସ୍ପେନ୍‌ ରାଜଧାନୀ ବାର୍ସିଲୋନାସ୍ଥିତ ୱେଲ୍‌ ଡି’ହେବ୍ରୋନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅନ୍‌କୋଲୋଜି (ବିଏଚ୍‌ଆଇଓ) ସୂଚନା ମୁତାବକ ‘ଓଏମ୍‌ଓ-୧୦୩’କୁ ବିକଶିତ କରାଯାଇ ଏକ ଔଷଧ ତିଆରି କରାଯାଇଛି ଯାହା ରକ୍ତକୋଷିକାରେ ପ୍ରବେଶ କରି କ୍ୟାନ୍‌ସର୍‌କୁ ଟ୍ୟୁମର ରୂପ ଦେଉଥିବା ଜିନ୍‌ ‘ଏମ୍‌ୱାଇସି’କୁ ସଫଳତାର ସହ ରୋକିପାରିବ ।

ଡାକ୍ତର ଏଲେନା ଗେରାଲ୍‌ଡୋଙ୍କ ସମେତ ଗବେଷକ ମଣ୍ଡଳୀର ଅନ୍ୟ ସଭ୍ୟମାନେ ଦୃଢ଼ତାର ସହ କହିଛନ୍ତି ଯେ କର୍କଟ ରୋଗକୁ ଅଧିକ ଜଟିଳ କରିବା ପଛରେ ‘ଏମ୍‌ୱାଇସି’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ସ୍ତନ, ଫୁସ୍‌ଫୁସ୍‌, ଜରାୟୁ ଓ ଶୁକ୍ରକୋଷରେ କର୍କଟ ସୃଷ୍ଟି କରିବା ପଛରେ ଏମ୍‌ୱାଇସି ଦାୟୀ ।

ଏମ୍‌ୱାଇସି’ର ଗତିକୁ ନିଷ୍କ୍ରିୟ କରିବା ପାଇଁ ଆଜିସୁଦ୍ଧା କୌଣସି ଔଷଧ ତିଆରି କରାଯାଇନି । ମାତ୍ର ଆମେ ତିଆରି କରିଥିବା ଔଷଧ କ୍ଲିନିକାଲ୍‌ ଟେଷ୍ଟ୍‌ର ପ୍ରଥମ ପାହାଚକୁ ସଫଳତାର ସହ ଅତିକ୍ରମ କରିଛି ।