ଜମ୍ମୁ-କଶ୍ମୀର ବିଧାନସଭା ଆସନ ୧୧୪କୁ ବୃଦ୍ଧି

ନୂଆଦିଲ୍ଲୀ: କଶ୍ମୀରର ପାହାଡ଼ିଆ ଅଂଚଳରେ ରହୁଥିବା ପରିବାରକୁ ବିଧାନସଭାରେ ପ୍ରତିନିଧିତ୍ୱ ଦିଆଯିବ । ପଛୁଆ ବର୍ଗର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଆଜି ଲୋକସଭାରେ ଅମିତ ଶାହ କହିଛନ୍ତି ।
ମହାରାଜା ହରି ସିଂ ଭାରତ ସହିତ ମିଶିଯିବାକୁ ଚାହୁଁଥିଲେ, ସେ ସମୟ କାଳରୁ ଆଜି ପର୍ଯ୍ୟନ୍ତ କେହି ଉକ୍ତ ବିଷୟକୁ ଧ୍ୟାନ ଦେଉନାହାନ୍ତି ।

ଦୀର୍ଘ ସମୟ ଧରି କଶ୍ମୀରରେ ଆତଙ୍କବାଦ ଚାଲିଲା । କେହି ବିସ୍ଥାପିତଙ୍କ ଥଇଥାନ ବିଷୟ ଚିନ୍ତା କଲେନି । ଯିଏ ସେହି ବିଷୟକୁ ଅଧିକ ଦୃଷ୍ଟି ଦେବା କଥା । ସେ ଇଂଲଣ୍ଡରେ ଛୁଟି କଟାଉଥିଲେ । ଏବେ ସମୟ ଆସିଛି ଏହି ବିଲ ଜରିଆରେ ବିସ୍ଥାପିତଙ୍କୁ ଅଧିକାର ପ୍ରଦାନ କରିବା । ୧୯୪୭, ୧୯୬୫ ଓ ୧୯୭୧ରେ ଜମ୍ମୁ-କଶ୍ମୀରରେ ୪୧,୮୪୪ ପରିବାର ବିସ୍ଥାପିତ ହୋଇଥିଲେ ।

ଏବେ ଯୋଉ ବିଲ ଲୋକସଭାରେ ଆଗତ କରାଯାଇଛି । ଉକ୍ତ ବିଲ ଜରିଆରେ ସେହି ପରିବାରକୁ ଅଧିକାର ମିଳିଯିବ । ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଠିକ ଭାବେ ପାଳନ କରା ନଯିବା ଗଣତନ୍ତ୍ରକୁ ଅସମ୍ମାନ । ସୀମା ନିର୍ଦ୍ଧାରଣକୁ ଆମେ ନ୍ୟାୟିକ ସୀମା ନିର୍ଦ୍ଧାରଣ ନାମ ଦେଇଛୁ ।

ବିଲ ଜରିଆରେ ଘାଟି ଇଲାକା ଅନ୍ତର୍ଗତ ଦୁଇଟି ଆସନ ବିସ୍ଥାପିତଙ୍କ ପାଇଁ ସଂରକ୍ଷିତ ରହିବ । ୫ ଜଣ ମନୋନୀତ ସଭ୍ୟ ରହିବେ । ଜମ୍ମୁ-କଶ୍ମୀର ବିଧାନସଭାରେ ୧୦୭ଟି ବିଧାନସଭା ଆସନ ବଦଳରେ ୧୧୪ଟି ଆସନ ରହିବ । ଜମ୍ମୁ-କଶ୍ମୀରରେ ପଛୁଆ ବର୍ଗକୁ ଅଟକାଇବା କାମ କଂଗ୍ରେସର ଥିଲା ।

ଦୀର୍ଘ ୭୦ ବର୍ଷ ଧରି ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ମିଳିନାହିଁ । ନରେନ୍ଦ୍ର ମୋଦି ସରକାର ତାକୁ ସାମ୍ବିଧାନିକ ସଂସ୍ଥାର ମାନ୍ୟତା ଦେଲେ । ଏବେ ଜମ୍ମୁ-କଶ୍ମୀରରେ ଦୁଇଟି ଏମ୍‌୍‌ସ ଅଛି, ମଲଟିପ୍ଲେକ୍‌୍‌ସ ଖୋଲିଛି । ୩୭୦ ହଟିବା ପରେ ଥିଏଟର ଖୋଲିଛି । କଶ୍ମୀରରେ ଚଳଚ୍ଚିତ୍ର ସୁଟିଂ ଚାଲିଛି । ଏବେ ଢେଲାମାଡ଼ ଘଟଣା ଦୃଷ୍ଟିକୁ ଆସୁନି । ଆମେ ଆତଙ୍କବାଦ ପାଇଁ ପାଣ୍ଠି ଗଠନ ବାଟ ବନ୍ଦ କରିଦେଇଛୁ । ଯୋଉମାନେ କହୁଥିଲେ, ୩୭୦ ହଟାଇଲେ ରକ୍ତର ନଦୀ ବହିଯିବ । ୩୭୦ ହଟିବା ପରେ ଗୋଡ଼ିଟିଏ ମଧ୍ୟ ହଇ ପାରିଲେନି ।