‘ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ କଣା କରୁଛ’

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ଅଧିବେଶନରେ ବର୍ଷିଛନ୍ତି ସମାଜବାଦୀ ପାର୍ଟିରୁ ସାଂସଦ ରହିଥିବା ଜୟା ବଚ୍ଚନ। ଗତକାଲି ଲୋକସଭାରେ ସାଂସଦ ତଥା ଅଭିନେତା ରବି କିଶନ ଇଣ୍ଡଷ୍ଟ୍ରି ବିରୋଧରେ କହିଥିବା କଥାକୁ ସେ ନିନ୍ଦା କରିଛନ୍ତି। ନାଁ ନ ନେଇ ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ କଣା କରୁଛ ବୋଲି କହି ସେ ରବି କିଶନ ଏବଂ କଙ୍ଗନା ରାଣାୱତଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି କି, ‘କେବଳ କିଛି ଲୋକଙ୍କ ପାଇଁ ଆପଣ ସମଗ୍ର ଇଣ୍ଡଷ୍ଟ୍ରିର ଛବି ଖରାପ ବୋଲି କହିପାରିବେ ନାହିଁ। ଏହି ଅନ୍ତର୍ଜାତୀୟ ଖ୍ୟାତି ଏବଂ ପରିଚୟ ହାସଲ କରିଛି। ମୁଁ ବହୁତ ଲଜ୍ଜିତ ଯେ ଗତକାଲି ଜଣେ ଲୋକସଭା ସଦସ୍ୟ ଇଣ୍ଡଷ୍ଟ୍ରି ବିରୋଧରେ ମୁହଁ ଖୋଲିଥିଲେ। ଯିଏ କି ନିଜେ ଇଣ୍ଡଷ୍ଟ୍ରିରୁ ଆସିଛନ୍ତି। ଏହା ବହୁତ ଖରାପ କଥା। ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ କଣା କରୁଛନ୍ତି। ଇଣ୍ଡଷ୍ଟ୍ରି ସରକାରଙ୍କ ଠାରୁ ସୁରକ୍ଷା ଚାହୁଁଛି’।

‘ସରକାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ଛିଡ଼ା ହେବା ଦରକାର। କାହିଁକି ନା ସବୁବେଳେ ସରକାରଙ୍କୁ ସହାଯ୍ୟ କରିବା ଲାଗି ଏହି ଇଣ୍ଡଷ୍ଟ୍ରି ଆଗକୁ ଆସିଛି। ଯେତେବେଳେ ସରକାର କିଛି ଭଲ କାମ କରିଛନ୍ତି ଇଣ୍ଡଷ୍ଟ୍ରି ଆଗକୁ ଆସି ସମର୍ଥନ ଜଣାଇଛି। ଯେତେବେଳେ କୌଣସି ଜାତୀୟ ବିପତ୍ତି ପଡ଼ିଛି କଳାକାର ଆଗକୁ ଆସି ଟଙ୍କା ସାହାଯ୍ୟ ଦେଇଛନ୍ତି, ସେବା ଯୋଗାଇଛନ୍ତି। ତେଣୁ ସରକାର ଏହି ଇଣ୍ଡଷ୍ଟ୍ରିକୁ ମାରିବା ବଦଳରେ ଏହାର ସମର୍ଥନ କରିବା ଦରକାର। ଏହା ବହୁତ ବହୁତ ଜରୁରୀ’ ବୋଲି କହିଛନ୍ତି ଜୟା ।

ଅନ୍ୟପଟେ ଜୟାଙ୍କ ଭାଷଣ ଉପରେ ଟ୍ବିଟରରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା। ସେ ଲେଖିଛନ୍ତି, ‘ଜୟା ଜୀ ତୁମେ କଣ ସମାନ କଥା କହିବ ଯଦି ମୋ ସ୍ଥାନରେ ତୁମର ଝିଅ ଶ୍ୱେତାଙ୍କୁ କିଶୋର ଅବସ୍ଥାରେ ମାଡ଼, ଡ୍ରଗ୍ସ ଏବଂ ନିର୍ଯାତନା ଦିଆଯାଇଥାନ୍ତା, ଯଦି ଅଭିଷେକ କ୍ରମାଗତ ଭାବରେ ଗାଳିଗୁଲଜ ଏବଂ ନିର୍ଯ୍ୟାତନା ଅଭିଯୋଗ କରି ଦିନେ ଫାଶୀରେ ଝୁଲିଯିବେ ତେବେ ତୁମେ ସମାନ କଥା କହିବ କି? ଆମ ପାଇଁ ମଧ୍ୟ ଦୟା ଦେଖାନ୍ତୁ’।

Sushant Singh Rajput is just being targeted: Friend Yuvraj S. Singh | Hindi  Movie News - Times of India

ସୂନନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ନବାଗତ କଳାକାରଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଭେଦଭାବ ସମ୍ପର୍କରେ ମୁହଁ ଖୋଲିଥିଲେ କଙ୍ଗନା ରାଣାୱତ୍। ବହୁ ବରିଷ୍ଠ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁ ନେଇ ସେ ଖୁବ ବର୍ଷିଥିଲେ। ପରେ ସେ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କାରବାରର କଳା ଗୁମର ମଧ୍ୟ ଖୋଲିଛନ୍ତି। ଯାହାକି ଅନେକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସମାନ କଥାକୁ ଗତକାଲି ଲୋକସଭାରେ ଉଲ୍ଲେଖ କରି ଦତନ୍ତ ଦାବି କରିଥିଲେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ।