ନ୍ୟାୟିକ ଦକ୍ଷତା ସୁନିଶ୍ଚିତ କରିବା ପରେ ହିଁ ଜଣେ ଆଇନ ସ୍ନାତକ ଇଣ୍ଡିଆନ୍ ଜୁଡିସିଆଲ ସର୍ଭିସ ଅବା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ପରୀକ୍ଷା ଦେଇପାରିବେ । ଏକ ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଐତିହାସିକ ରାୟ ପ୍ରଦାନ କରିଛନ୍ତି ।
ପ୍ରଧାନ ବିଚାରପତି ବି ଆର୍ ଗୱାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିମ୍ନ ଡିଭିଜନ୍ କ୍ୟାଡର ଥିବା ଏଂଟ୍ରି ଲେଭେଲ ସିଭିଲ ଜଜ୍ ପଦବୀ ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ବସିବା ପାଇଁ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ । ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ଆଗତ ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି ।