ଭୁବନେଶ୍ଵର: ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଉଛି, ତିନି ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ ଫେରିଲା କରୋନା । ଭୁବନେଶ୍ୱରର ଜଣେ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ବର୍ତ୍ତମାନ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିଲେ ବୋଲି ଜଣାପଡିଛି । ତଥାପି ଦେଶର ଅନେକ ସ୍ଥାନରେ ଯେପରିକି ମୁମ୍ବାଇ, ପୁଣେ, ଚେନ୍ନାଇ ଏବଂ ଅହମ୍ମଦାବାଦ ଭଳି ସହରଗୁଡ଼ିକରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି, ସାରା ଦେଶରେ ୩୦୦ ରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି ।