“ପ୍ରୋଜେକ୍ଟ ଲାୟନ” ଅଧୀନରେ କରାଯାଇଥିବା ଉଦ୍ୟମର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଉଥିବା ପ୍ର୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଗୁଜରାଟରେ ସିଂହମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଛି ।

ଏକ୍ସରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦର ପଟେଲଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି: “ବହୁତ ଉତ୍ସାହିତ କରୁଥିବା ସୂଚନା ! ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଇଥିବା ଉଦ୍ୟମ ଯୋଗୁଁ ଗୁଜରାଟରେ ସିଂହମାନଙ୍କୁ ଅନୁକୂଳ ପରିବେଶ ମିଳିବା ସହ ସେମାନଙ୍କର ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇଛି ।”