ଜୁଲାଇ ୨୬ କାର୍ଗିଲ୍‌ ବିଜୟ ଦିବସ

ନୂଆଦିଲ୍ଲୀ:୧୯୯୯ ଜୁଲାଇ ୨୬ ତାରିଖରେ ଭାରତର ସଶସ୍ତ୍ର ବାହିନୀ କାର୍ଗିଲ୍‌ରେ ପାକିସ୍ତାନ ସେନା ସହ ଲଢ଼ି ବିଜୟ ହାସଲ କରିଥିଲା। ‘ଅପରେସନ୍ ବିଜୟ’ରେ ଅଂଶ ଗ୍ରହଣ କରିଥିବା ଯବାନମାନଙ୍କ ଆତ୍ମସମ୍ମାନ ଓ ଶୌର୍ଯ୍ୟ ଜାଗରୁକ କରିବା ଲାଗି ସେବେଠାରୁ ଏହି ଦିନକୁ ‘କାର୍ଗିଲ୍‌ ବିଜୟ’ ଦିବସ ଭାବେ ପାଳନ କରାଯାଉଛି।

‘କାର୍ଗିଲ୍‌ ବିଜୟ ଦିବସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଆତ୍ମବଳି ଦେଇଥିବା ଯବାନମାନଙ୍କ ସାହସିକତା ଭାରତୀୟମାନଙ୍କୁ ପ୍ରତ୍ୟେକ ଦିନ ପ୍ରେରିତ କରୁଛି।