କେଜ୍ରିୱାଲଙ୍କୁ ଜେଲ ପଠାଯିବା ସୁନିଶ୍ଚିତ

ବିଜେପି ଜାଣିଛି, ଲୋକସଭା ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ସ୍ତରରେ କିଛି ନା କିଛି ଅଡୁଆ ସୃଷ୍ଟି କରିବେ । କେଜ୍ରିୱାଲଙ୍କୁ ଜେଲରେ ପୁରାଇବା ପାଇଁ କ୍ଷମତାସୀନ ବିଜେପି ଇଡିକୁ ବ୍ୟବହାର କରୁଛି । ଦିଲ୍ଲୀ ଅବକାରୀ ନୀତି ମାମଲାର ତଦନ୍ତ ଆଧାରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେରା କରିବା ପାଇଁ ଉଡି ନୋଟିସ୍‌ ପଠାଇଥିଲା ।

ଇଡି ନୋଟିସ୍‌ ମୁତାବକ କେଜ୍ରିୱାଲଙ୍କୁ ଇଡି ଅଫିସରେ ହାଜର ହେବାର ଥିଲା । କେଜ୍ରିୱାଲ ଇଡି ନିକଟରେ ହାଜର ନହୋଇ ଘଟଣାକୁ ରାଜନୈତିକ ଅଭିସନ୍ଧି ଦର୍ଶାଇ ଏକ ଚିଠି ଇଡି ନିକଟକୁ ପଠାଇଛନ୍ତି ।

ଏକ ନିର୍ବାଚନ ସଭାରେ ଯୋଗଦାନ କରି କେଜ୍ରିୱାଲ କହିଛନ୍ତି, ମୋର ଜେଲକୁ ଯିବା ସୁନିଶ୍ଚିତ । ଜେଲ ଯିବାକୁ ମୋର ଭୟ ନାହିଁ । ଜେଲ ଭିତରୁ ମୁଁ ଦଳକୁ ଶକ୍ତିଶାଳୀ କରିବି । ଜେଲ ବାହାରେ ରହି ଆପଣମାନେ ମୋର ହାତକୁ ଟାଣ କରନ୍ତୁ ।