160×600
160×600

ବିଗ୍‌ ବସ୍‌ ବିଜେତା ଏଲଭିସ ସାପବିଷ ବେପାରୀ!

is a snake poison dealer!

ୟୁପିର ନୋଏଡା ଅଂଚଳରେ ଚାଲିଥିବା ଏକ ରେଭ୍‌ ପାର୍ଟିରେ ସର୍ପ ବିଷ ସମେତ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫଙ୍କ ଭିତରେ ଅଛନ୍ତି ବିଗ୍‌ ବସ୍‌ ବିଜେତା ଏଲଭିସ୍‌ ଯାଦବ । ଏଲଭିସ୍‌ ରେଭ ପାର୍ଟି ଆୟୋଜନ କରନ୍ତି, ରେଭ୍‌ ପାର୍ଟିରେ ସାମିଲ ନିଶାଡ଼ିଙ୍କୁ ସାପବିଷ ବିକନ୍ତି । ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ପଶୁପ୍ରେମୀ ସାଂସଦ ମେନକା ଗାନ୍ଧୀ ଏଲଭିସଙ୍କ ବିରୋଧରେ କଡ଼ା ଦଣ୍ଡ ଦାବି କରିଛନ୍ତି ।

ମେନକାଙ୍କ ପ୍ରତିକ୍ରିୟା ଜାଣିବା ପରେ ଏଲଭିସ୍‌ ପାଲଟା ଆକ୍ରମଣ କରିଛନ୍ତି । ଏକ ଟ୍ୱିଟ୍‌ କରି ଏଲଭିସ୍‌ କହିଛନ୍ତି, ମ୍ୟାଡାମ ମେନକା ଗାନ୍ଧୀ ପ୍ରକୃତ କଥା ଜାଣିବା ଉଚିତ ଥିଲା । ବିଷଧର ସାପଙ୍କୁ ଧରି ବଡ଼ କଲବଲ କରି ସେମାନଙ୍କ ନିକଟରୁ ବିଷ ସଂଗ୍ରହ କରି ରେଭ୍‌ ପାର୍ଟିକୁ ଯୋଗାଣ କରିବା ସଂପର୍କୀତ ସାମାନ୍ୟ ପ୍ରମାଣ ମିଳିଲେ, ମୁଁ ଦଣ୍ଡ ପାଇବାକୁ ତୟାର।

କିନ୍ତୁ ସାପବିଷ ସହିତ ମୋର କୌଣସି ସଂପର୍କ ନାହିଁ । ଶୁଣାକଥାକୁ ବିଶ୍ୱାସ କରି ମେନକା ଗାନ୍ଧୀଙ୍କ ଭଳି ଜଣେ ଦକ୍ଷ ନେତ୍ରୀ ଏଭଳି ମତ ଦେବେ ବୋଲି ମୁଁ ଜାଣି ନଥିଲି ।