ଗୋଖାଦ୍ୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଲୁଙ୍କ ସହିତ ଅନ୍ୟ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୧ ଫେବୃଆରୀକୁ ଲାଲୁ ଯାଦବଙ୍କୁ ସଜା ଶୁଣାଯିବ।

ସୂଚନାଯୋଗ୍ୟ, ଚାରା ଘୋଟାଲରେ ୫ଟି ମକଦ୍ଦମାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ୪ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେ ଏହି ଗୋଟିଏ ମାମଲାର ଫଇସଲା ହୋଇଛି। ବର୍ତ୍ତମାନ ସେ ୫ ନମ୍ବର ମାମଲାରେ ବି ଦୋଷୀ ହୋଇଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ସେ ୧୩୯.୫ କୋଟି ଟଙ୍କାର ବେଆଇନ୍ ଅର୍ଥ ଉଠାଣ କରିଛନ୍ତି ।