କଲମ୍ବିଆରେ ଭୂସ୍ଖଳନ: ମାଟି ଅତଡା ତଳେ ବସ୍‌‌ ; ୩୪ ମୃତ

ନୂଆଦିଲ୍ଲୀ : କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ ଘଟିଛି। ହଠାତ୍‌‌ ପାହାଡ ଉପରୁ ମାଟି ଧସି ଅତଡା ତଳେ ଏକ ଯାତ୍ରୀବାହୀ ବସ୍‌‌ ପୋତି ହୋଇଯିବାରୁ ୩୪ ଜଣଙ୍କ ଜୀବନ ଚାଲି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ବର୍ଷା କାରଣରୁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି। ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପାହାଡିଆ ଅଞ୍ଚଳରେ ଏହି ଅଘଟଣ ଘଟିଛି। ମାଟି ଅତଡା ଖସିବାରୁ ବସଟି ଏହାତଳେ ଚାପି ହୋଇଯାଇଥିଲା।

ଏଥିରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି। ବସ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ଭୂସ୍ଖଳନ ହେବା ମାତ୍ରେ ଗାଡି ଚାଳକ ବସଟିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା। ମାଟି ଅତଡା ଖସି ଏହାତଳେ ଅନେକ ଲୋକେ ଚାପି ହୋଇଯାଇଥିଲେ। ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।