ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ସରକାରୀ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଣି ଜଣେ ସରକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଫାନ୍ଦରେ ପଡ଼ିଥିବା ଏହି ଅଧିକାରୀଜଣକ ହେଉଛନ୍ତି ଖୋର୍ଦ୍ଧାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ । ଆଜି ତାଙ୍କ କାର୍ଯ୍ୟାଳୟ, ଘର ସମେତ ଏକକାଳୀନ ୭ଟି ଜାଗାରେ ଚଢ଼ାଉ ଚାଲିଛି।

ଆଜି ସକାଳୁ ସକାଳୁ ଖୋର୍ଦ୍ଧା ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍‌ ମାନସ ରଞ୍ଜନ ଦାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ଖୋଲି ନ ଥିବାରୁ ସେମାନେ ବହୁ ସମୟ ବାହାରେ ଛିଡ଼ା ହୋଇଥିଲେ। ଏହାପରେ ସୂଚନା ପାଇ ମୁଖ୍ୟ କିରାଣୀ ପହଞ୍ଚି ଗେଟ୍‌ ଖୋଲିବାରୁ ଭିଜିଲାନ୍ସ ଅଧିକାରୀମାନେ ଭିତରକୁ ଯାଇଥିଲେ। ଏହାପରେ ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଞ୍ଚ ହେଉଥିବା ଜଣାଯାଇଛି।  ମାନସ ରଞ୍ଜନ ଦାସଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନକୁ ମିଶାଇ ସମୁଦାୟ ୭ଟି ଜାଗାରେ ଚଢ଼ାଉ ହେଉଥିବା ଜଣାଯାଇଛି। ହେଲେ କେଉଁ କେଉଁ ସ୍ଥାନରେ ଏହି ଚଢ଼ାଉ ଚାଲିଛି, ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ ଏବେ କେଉଁଠି ସେ ନେଇ ପ୍ରକୃତ ସୂଚନା ମିଳିପାରିନି।