ଲଙ୍କାରେ ଲଙ୍କା ମହଙ୍ଗା

କଲମ୍ବୋ: ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀର ମହାଙ୍ଗା ମାଡରେ ଲୋକମାନେହନ୍ତସନ୍ତ କରିଛି । ସେହିପରି ଶ୍ରୀଲଙ୍କାରେ ଖାଦ୍ୟ ଓ ପାନୀୟ ସାମଗ୍ରର ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଶ୍ରୀଲଙ୍କାରେ ବର୍ତ୍ତମାନ କଞ୍ଚାଲଙ୍କା ୭୦୦ରୁ ଅଧିକ ଟଙ୍କାରେ ବିକ୍ରି ହେବା ସହ ପନିପରିବା ମଧ୍ୟ ମହଙ୍ଗା ହୋଇଛି । ଯାହା ଫଳରେ ଶ୍ରୀଲଙ୍କା ଇତିହାସରେ ସବୁଠାରୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସେହିପରି ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧.୬ ବିଲିୟନ ଡ଼ଲାରକୁ ଖସି ଆସିଛି ।

ଯେଉଁଥିପାଇଁ ସରକାର ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଥିଲା । ଯେଉଁ କାରଣରୁ ଶ୍ରୀଲଙ୍କାରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଛି । ସେହିପରି ଶ୍ରୀଲଙ୍କାରେ ବାଇଗଣ: କେଜି ୧୬୦, କଲରା ୧୬୦, ଭେଣ୍ଡି ୨୦୦, ଟମାଟୋ ୨୦୦, କୋବି ୨୪୦, ବିନ୍ସ ୩୨୦ ଟଙ୍କାରେ ବିକ୍ରି ହେଉଛି ।