ନିରବି ଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭାରତୀୟ ସଂଗୀତର କିମ୍ବଦନ୍ତୀ ତଥା ଭାରତରତ୍ନ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ରବିବାର ସକାଳ ୮ଟା ୧୨ ମିନିଟ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। କରୋନାରୁ ସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି ।

ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିପକାଇଛି । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ କରିବେ ନାହିଁ । ଲତା ମଙ୍ଗେସକରଙ୍କ ବିଷୟରେ ଖବର ପାଇଁ ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା ଜ୍ଞାପନ କରିଛନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରକା ହରାଇଛି ।